kehi nahi moro jagate nijara

କେହି ନାହିଁ ମୋର ଜଗତେ ନିଜର
ଆଶ୍ରା ନେବି ମୁଁ କାହାର
ଏ ମାୟା ସଂସାର ସବୁ ହି ଅସାର
ଦିନେ ହେବ ନାରଖାର (ଘୋଷା)

ଅସାର ଜଗତେ ଚାଲିବି କେମନ୍ତେ
ବଳ ଶକ୍ତି ନାହିଁ ମୋର
ଦିନେ କାନ୍ଦୁଥାଏ ଦିନେ ଭାବୁଥାଏ
ଯୀଶୁ ମୋତେ ଦୟା କର…. |୧|

ଭିକାରୀ ସମାନ ଅଟଇ ଜୀବନ
କାଟେ ଦୁଃଖେ ଦିନ ମୋର
ଭୋକିଲା ଜୀବନେ ଚାହେଁ ମୋର ପ୍ରାଣ
ଦେବ କେ ମୁଠେ ଆହାର…. |୨|

ସଂସାର ଜଞ୍ଜାଳ ଦିନ ପ୍ରତି ଦିନ
ଆସେ ହୋଇ ଭୟଙ୍କର
ହେଉଛି କାତରେ ମୋ ପ୍ରାଣ ଅସ୍ଥିର
ଦିଅ ସ୍ଥିର ମତି ମୋର… |୩|

ଆହେ ପ୍ରିୟ ଯୀଶୁ କରଇ ନିର୍ଭର
ତୁମ୍ଭେ ଏକା ଆଶ୍ରା ମୋର
ଅରପିବି ଆପ୍ କୁଶ ତଳେ ତବ ।
ରଖ ସୁସ୍ଥିରେ ନିରନ୍ତର… |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *