ମନ ମୋର କାଗ ଜାଗରେ
ପ୍ରାର୍ଥନାରେ ସଦା ଜାଗରେ
ଧର୍ମ ପଥେ ସଦା ଥାଆ
ପାପ ପଥୁ ଦୂରେ ରହି
ଯୀଶୁଙ୍କ ନାମ ଗାଅରେ … (ଘୋଷା)
ଖ୍ରୀଷ୍ଟ ଆମ ତ୍ରାଣ କର୍ତ୍ତା
ଆମ ଆତ୍ମାର ବେବର୍ତ୍ତା
ସାଂସାରିକ ଛାଡ଼ି ସୁଖ
ତାଙ୍କରେବିଶ୍ଵାସ ରଖି
ଲୋଡ଼ା ନାହିଁ ଧନ, କର ତାଙ୍କ ଧ୍ୟାନ
ତାଙ୍କ ପ୍ରଶଂସା ଗାଅରେ … |୧|
ଶୟତାନ ନିତି ନିତି
ମାୟା ଜାଲ ଥାଏ ପାତି
ଭାଗି ସେହି ମାୟା ଜାଲ
ଯୀଶୁଙ୍କରେ ରଖ ଲୟ
ସେ ତ ପ୍ରେମମୟ, ସବୁରି ଆଶ୍ରୟ
ତାଙ୍କ ପାଶେ ସଦା ରହରେ … |୨|