papo bandhanu mukti chahinle

ପାପ ବନ୍ଧନୁ ମୁକ୍ତି ଚାହିଁଲେ ଅଛି ଶକତି ସେ ରକ୍ତରେ,
ମନ୍ଦ ଉପରେ ଜୟ ଲୋଡ଼ିଲେ ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୧|

ହାଁ… ଶକ୍ତି ଶକ୍ତି ଶକ୍ତି ଅଛି ଯୀଶୁଙ୍କ ରକ୍ତରେ,
ହାଁ… ଶକ୍ତି ଶକ୍ତି ଶକ୍ତି ଅଛି ବହୁମୂଲ୍ୟ ରକ୍ତରେ (ଘୋଷା)

ପୁରୁଣା ସ୍ଵଭାବ ଧୌତ ପାଇଁ ଅଛି ଶକତି ସେ ରକ୍ତରେ,
ବହଇ କାଲବରୀର ନଈ ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୨|

ହିମଠାରୁ ହିଁ ଶୁକ୍ଳ ସକାଶେ ଅଛି ଶକତି ସେ ରକ୍ତରେ,
ସେ ପୁଣ୍ୟ ସ୍ରୋତ କଳଙ୍କ ନାଶେ,
ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୩|

ସେ ଯୀଶୁ ରାଜାଙ୍କ ସେବା ହିତେ, ଅଛି ଶକତି ସେ ରକ୍ତରେ
ଗାଇବାକୁ ତାଙ୍କ ଜୟ ନିତ୍ୟ, ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *