ସଂସାର ଏ ବାରିଧରେ
ଦଦରା ଆଶା ନଉକାରେ
ଯାଇ ନ ପାରେ କୂଳରେ
ପାରି କର ତବ କୃପାରେ… (ଘୋଷା)
ମାଡ଼ି ଆସେ ଦୁଃଖ ବତାସ, ମନ ମୋର ହୁଏ ହତାଶ
କଳା ବଉଦକୁ ଛୁଇଁ, ଲହଡ଼ି ଆସିଲାଣି ଧାଇଁ
ଅରପି ଜୀବନ ପୟରେ, ଡାକଇ ତୁମକୁ ଆତୁରେ… |୧|
ଆଶା ନଉକା ଯାଏ ଭାଜି, କାତ ମୋର ଯାଉଛି ହଜି
ଅମା ନିଶା ଦୁଃଖ ଲହୁଡ଼ି, ଆସେ ଧ୍ବଂସ ରୂପ ସାଜି
ନ ହେଲେ ତୁମରି କରୁଣା, ମୁହିକି ଆଉ ବଂଚିପାରେ… |୨|
ନ ହେଲେ ଯେସନେ ହତାଶ, ଦିଅ ହେ ତୁମରି ଆଶିଷ
ନେଇ ତୁମରି ଭରସା, ଦୂର କରି ଅମାନିଶା
କୁଶଳେ ଯେସନେ ସିୟୋନେ
ତବ ସ୍ଥାନେ ଯାଇ ରହିବି… |୩|