ପ୍ରଭୁ ମୁଁ ପ୍ରଭୁମୁଁ …. ଶୁଣି ତୁମ ଡ଼ାକ ସ୍ଵର
ଫେରି ମୁଁ ଆସିଛି ତୁମ ପାଦ ତଳେ
ବାରେ ପ୍ରଭୁ କ୍ଷମା କର… (ଘୋଷା)
ବୁଡ଼ିଯାଏ ପ୍ରଭୁ ଏ ଭବ ସାଗରେ
ଦଦରା ନାବଟି ମୋର
ଅଶାନ୍ତ ପ୍ରଳୟ ମାଡି ଆସେ ତହିଁ
ସ୍ଥିରତା ନୁହଁଇ ତାର
ତୁମେ ଏକା ବନ୍ଧୁ ଏହି ଜଗତର
ତୁମେ ହିଁ ନାବିକ ମୋର … |୧|
ପାପର ସାଗରେ ଏହି ପ୍ରାଣ ମୋର
ଚାଲିଯାଏ ବହୁ ଦୂର
ପଥହରା ହୋଇ ପଥିକ ସାଜିଲି
ଛାଡ଼ି ସୁପଥ ତୁମର
ତୁମେ ଏକା ପଥ ତୁମେ ମୋର ସତ୍ୟ
ତୁମେ ମୋ ଜୀବନ ଝର …. |୨|