prabhu papista dina prati karuna kara

ପ୍ରଭୁ ପାପିଷ୍ଟ ଦୀନ ପ୍ରତି କରୁଣା କର
ଦୁର ନ କରି ପ୍ରଭୁ ମୋତେ ପାଶୁ ତୁମର (ଘୋଷା)

ପାପରେ ମୋର ଜାତ ପାପେ ହେଲି ବଦ୍ଧିତ
ପାପରେ ଅନୁରକ୍ତ ମୁହଁ ପାମର…I୧I

ଶତୃ ଯେ ଶୟତାନ ସ୍ଥାପି ସୃ ସିଂହାସନ
ଅନ୍ତ କରଣ ନାଶେ ସୁଖ ମୋହର…. |9 |

ଦେଖୁ ଶତୃ ପ୍ରବଳ ପାପ ପରୀକ୍ଷା ଘୋର
ବିଶ୍ଵାସ ଟଳ, ଟଳମୋର ଦୁର୍ବଳ… |୩|

ରକ୍ଷା କରିବ ମୋତେ ନାହିଁ କେହି ଜଗତେ
କହିବି କା ନିକଟେ ଦୁଃଖ ମୋହର … |୪|

ତୁମେ ସିନା ଭରସା ସୁଖ ଶାନ୍ତିର ଆଶା
କେବଳ ରକ୍ଷା ଆଶ୍ରା ପଦେ ତୁମର … |୫|

ଦିଅ ତବ ଚରଣେ ଶରଣ ଦୀନ ଜନେ
ନାଶ ଧର୍ମାମ୍ବା ଦାନେ କଳଙ୍କ ମୋର … |୬|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *