ସମୟ ଏହି ନ କର ଡ଼େରି
ଆଉ ବିଳମ୍ବ ନାହିଁ ଏହି ଆମ ଶେଷକାଳରେ
ଆସୁଛି ମାଡ଼ି ବିପଦ ଘେରି
ପ୍ରସ୍ତୁତ ହୁଅ ଖ୍ରୀଷ୍ଟରେ
ଏହି ଆମ ଶେଷ କାଳରେ … |୦|
ଜଗତରେ କିଆଁ ଅଭିମାନ କରୁ
ମୁକତି କିଛି ତ ନାହିଁ (୨ ଥର)
ରଖିବି ଧନ କୋଠା ବାଡ଼ିରେ
ସପନ ତୋରି ବୃଥା ହୋଇବ
ସଫଳ ହେବ ନାହିଁରେ …|୧|
ଜୀବନ କରତା ଯୀଶୁଙ୍କର ସେବା
ଦିନେ ତ କରିଲୁ ନାହିଁ
ପାଗଳ ପରି ଘୁରି ବୁଲୁଥିଲୁ
ଧନ ସଞ୍ଚବାର ପାଇଁ ( ୨ ଥର)
ଯୀଶୁଙ୍କ ବିନା ଏହି ଜଗତେ
ଆନ ଧନ ଆଉ ନାହିଁରେ … |୨|
ଦିନ ଆସିବ ବଳ ବୟସ
ସବୁ ହୋଇବ ଶେଷ
ମୃତ୍ୟୁ ମୁଖରେ ପଡ଼ିବୁ ଦିନେ
କରିବୁ ତହିଁରେ କିସ
ଘର ଛାଡ଼ିବୁ ବନ୍ଧୁ ଛାଡ଼ିବୁ (୨ଥର)
ଏକଲା ହୋଇ ଯିବୁରେ
ଏହି ଆମ ଶେଷ କାଳରେ … |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.