ahe pabitra atma iswara rasanare

(ସ୍ଵର-ତୁମି ନିଶିଭରେ ଏଷ ଯୀଶୁ)

ଆହେ ପବିତ୍ରଆତ୍ମା ଇଶ୍ବର ରସନାରେ
ରାଜ ରସନାରେ ତବ ଏ ମନ୍ଦିରେ (ଘୋଷା)

ବସିଅଛୁ ତବ ପୟରେ,
ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ, ୨ ଥର (ଆମେ)
କର ଅପୃଷ୍ଠାନ ନାଶି ପାପତମ,
କଳି ଉଠୁ ହୃଦୟ ଭକ୍ତି ଭରେ … |୧|

ତୁମେ ଜ୍ୟୋତି ତୁମେ ଶକତି,
ତୁମେ ମୁକ୍ତି ତୁମେ ଜୀବନ, ୨ଥର (ପ୍ରଭୁ)
ଜାଳ ପ୍ରେମାନଳ ଉଠୁ ଭକତି ରୋଳ,
ପ୍ରତି ଅନ୍ତରେ ଶାନ୍ତି ଆନନ୍ଦରେ… |୨|

ଭକ୍ତି ପ୍ରୀତି ଅମିୟ ଜଳେ,
ଦିଅ ଭରି ସର୍ବ ଅନ୍ତରେ, ୨ ଥର (ପ୍ରଭୁ)
ସ୍ତୁତି ପ୍ରଶଂସାରେ, ପୂଜା ବନ୍ଦନାରେ,
ଯାଉ ଜୀବନ ମଜି ତବ ନାମରେ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “ahe pabitra atma iswara rasanare”