asuchanti dekha jishu meghamale

ଆସୁଛନ୍ତି ଦେଖ ଯୀଶୁ ମେଘମାଳେ, ଯୀଶୁ ମେଘମାଳେ
ଅୟୁତ ଅୟୁତ ଦୂତ ସାଧୁଦଳେ … ଏହି ଶେଷ କାଳେ (ଘୋଷା)

ଛାଡ଼ ରଙ୍ଗ ରସ ଏହି ଶୁଭ ବେଳେ, ଶୁଭ ବେଳେ
ପାପରୁ ଫେରିବା ଆଉ କେତେବେଳେ ?
ଶରଣ ନିଅହେ ତାଙ୍କ ବାହୁ ତଳେ … ଏହି ଶୁଭ ବେଳେ … |୧|

ଆକର୍ଷଣ କରି ନେବେ ଶୂନ୍ୟ ମଣ୍ଡଳେ… ଶୂନ୍ୟ ମଣ୍ଡଳେ
ଅମାନ ମୁକୁଟ ଦେବେ ସେହି ସ୍ଥଳେ
ମହାନନ୍ଦେ ଭାସୁଥିବା କାଳେ କାଳେ … ଆମେ ସାଧୁ ମେଳେ … |୨|

ଅନ୍ଧ, ଛୋଟା ଅବେ ନାହିଁ ସେତେବେଳେ
ନୂଆ ହୋଇଯିବେ ତାଙ୍କ ଶକ୍ତି ବଳେ
ହରଷେ ନାଚିବେ ଯୀଶୁଙ୍କର କୋଳେ ତାଙ୍କ ଶକ୍ତି ବଳେ … |୩|

ପ୍ରାର୍ଥନାରେ ଲାଗିଥାଅ ସବୁବେଳେ
ଗର୍ଜନ କରୁଛି ଶତ୍ରୁ ସିଂହ ବଳେ
ପରିକ୍ଷାରେ ପକାଇଦେବ ଶତ୍ରୁ କାଳେ ଅଜାଗ୍ରତ ହେଲେ … |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *