dakanti ke madhura sware

ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)
(ଆହା) ମୋର ହୃଦ ଦୁଆରେ (ଘୋଷା)

ଚିନ୍ତା ପଥେ ବାଧା ଦେଇ ଗତି ରୋଧ ଧମକାଇ
କେତେ ହିତ କଥାକହି ଦୟା ଚିତ୍ତରେ … |୧|

ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହି
ପାପ ତାପ ନେବେ ବୋଲି ନିଜ ହାତରେ … |୨|

ଦେଖୁ ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଂକେତ
କଢ଼ାଇ ନେବାକୁ ପଥ ମୃଦୁଭାବରେ … |୩|

ସେ କରୁଣ ସ୍ବର ଶୁଣି କିପରି ମାତିବି ପୁଣି
ଛଳ ମରୀଚିକାମୟ ମରୁ ସଂସାରେ … |୪|

ପ୍ରାଣ ମନ ଦେଇ ଆଜି ମୋ ଯୀଶୁଙ୍କ ପଦେ ମଜି
ଭାସି ଯିବି ସମତାନେ ସ୍ବର ଲହରେ … |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *