kari tanka dhanyabada dhanyabada

କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ
ହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋର
କର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନ
ହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା)

କ୍ଷମା କରନ୍ତି ସେ ତୋ’ର ପାପ ସବୁ ସୁସ୍ଥ କରନ୍ତି ତୋହର
ରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାର
ଶିରେ ତୋ ଦିଅନ୍ତି ଦୟାର ମୁକୁଟ … |୧|

ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ରେ ଦୟାମୟ
କରିଛନ୍ତି ଦୂର ଅଧର୍ମ ଆମର
ପୂର୍ବରୁ ପଶ୍ଚିମ ଯେତିକି ଦୂର … |୨|

ଅନିତ୍ୟ ଏହି ଜୀବନ ତୃଣ ପରି ଦେଖୁ ଦେଖୁ ଝଡିପଡେ ଫୁଲପରି
ତଥାପି ଲଭନ୍ତି ତାଙ୍କ ଭକ୍ତଜନ
ଅସୀମ କରୁଣା ମଙ୍ଗଳଦାନ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “kari tanka dhanyabada dhanyabada”