prabhu jishu daya sagara

ପ୍ରଭୁ ଯୀଶୁ ଦୟା ସାଗର ତାଙ୍କ ମହାଦୟା କି ଚମତ୍କାର
ଦୟା ଡ଼େଣା ମେଲି ଅଇଲେ ସେ ଉଡ଼ି
ତ୍ୟାଗ କରି ନିଜ ଅମର ପୁର … (ଘୋଷା)

ଦୟା ଦଣ୍ଡ ହସ୍ତେ ଧରିଣ
ବୁଲିଲେ ସେ ନଗର ଗ୍ରାମ
ଦୁର୍ବଳ ପତିତ ରୋଗ୍ରସ୍ତ ପ୍ରତି
ନ କଲେ ନିରୁଦ୍ଧ ଦୟା ନିଝର … |୧ |

ବାଟେ ଘାଟେ ଯେତେ ମିଳିଲେ
ତାଙ୍କୁ ଚତୁର୍ଦ୍ଦିଗେ ଘେରିଲେ
ଅନ୍ଧ, ଛୋଟା, ଘୁଙ୍ଗା, ପକ୍ଷାଘାତି, କୁଷ୍ଠୀ,
ଭୁତଗ୍ରସ୍ତ ନାନା ରୋଗୀ ବଧୂର … |୨|

ଯେତେ ଅଇଲେ ତାଙ୍କ ପାଶେ
ସୁସ୍ଥ ହୋଇଲେ ଅନାୟାସେ
କୌଣସି ପୀଡ଼ିତ ହୋଇ ତୁଚ୍ଛାକୃତ
ନଗଲା ପୀଡ଼ାରେ ହୋଇ କାତର … |୩|

ଛୋଟା ନା, ବଧୂର ଶୁଣେ,
ଅନ୍ଧ ତାଙ୍କୁ ଦେଖେ ନୟନେ
ଘୁଙ୍ଗା ବୋଲେ ବାଣୀ କରି ଜୟଧ୍ବନି
କୁଷ୍ଠି ହୋଇଲେ ନିର୍ମଳ ଶରୀର … |୪|
|
ପରିତୃପ୍ତ ହେଲେ ଯୁଦିତ
ମୃତ ହେଲେ ପୁନରଜୀବିତ
ପ୍ରଚଣ୍ଡ ତରଙ୍ଗ ଗଭୀର ସାଗର
ତାଙ୍କ ଆଜ୍ଞାମାତ୍ରେ ହୋଇଲା ସ୍ଥିର .. |୫|

ଆହେ ଯୀଶୁ ଦୟାସାଗର,
ରୋଗେ ପୂର୍ଣ୍ଣ ସର୍ବାଙ୍ଗ ମୋର
ସ୍ପର୍ଶ କର ମୋତେ ଦେଇନିଜ ହସ୍ତ
ମୋର ସର୍ବ ରୋଗ ହୋଇବ ଦୂର … |୬|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *