prasansa gouraba kara rajadhi raja

ପ୍ରିୟତମ …
ପ୍ରଶଂସା ଗଉରବ କର
ରାଜାଧି ରାଜ ପ୍ରଭୁଙ୍କର
ସେ ତ ଜ୍ୟୋତିର୍ମୟ ସେ ତ ସୁଧାମୟ
ସେ ଯେ, ପରିତ୍ରାଣ ଆକର … (ଘୋଷା)

ଅନାଦି ଅନନ୍ତ ନିତ୍ୟ ଜୀବିତ
ସର୍ବଶକ୍ତିମାନ ପ୍ରେମେ ବିଭୂଷଣ
ଅତୁଳନୀୟ ତା, ଦୟା କ୍ଷମା ଗୁଣ
ଆମ, ମର ଜୀବନ ପର … |୧|

ଈଶ୍ବରଙ୍କ ପୁତ୍ର ହୋଇ ଦେହବନ୍ତ
ପ୍ରକାଶିଲେ ବିଶ୍ୱ ଜୀବନର ପଥ
ବୁହାଇ ଶୋଣିତ ପାପୀଙ୍କ ନିମିତ୍ତ
କରି, ଦୟା ପ୍ରେମ ଅପାର .. |୨|

ଆହେ ନଗଣ କର ଜୟଗାନ
ସୁମରି ତାହାଙ୍କ ବହୁମୂଲ୍ୟ ଦାନ
ପ୍ରୟୋଜନ ଯାହା କରନ୍ତି ପ୍ରଦାନ
ପାଶେ, ଥାଇ ତୋ ପ୍ରତିକ୍ଷଣ … |୩|

Lyrics: Rev. Sudhangsu Karada

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *