ଆକାଶମଣ୍ଡଳ ପରମେଶ୍ଵରଙ୍କ ଗଉରବ ବର୍ଣନା କରେ
ଶୂନ୍ୟମଣ୍ଡଳ ତାଙ୍କ ହସ୍ତକୃତ କର୍ମ ସକଳ ପ୍ରକାଶ କରେ …(ଘୋଷା )
ଦିନ ପରେ ଦିନ ସିଏ ବାକ୍ୟ ଉଚ୍ଚରେ
ରାତି ପରେ ରାତି ଜ୍ଞାନ ପ୍ରକାଶ କରେ
ରବ ତାର ବ୍ୟାପି ଥାଏ ସାରା ପୃଥିବୀରେ
ବାକ୍ୟ ତାର ପ୍ରସାରିତ ଶେଷ ସୀମା ଯାଏ … |୧|
ପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ ପ୍ରାଣ ପାଇଁ ହିତ
ପ୍ରମାଣବାକ୍ୟ ଅଟଳ ଜ୍ଞାନ ପ୍ରଦାୟକ
ପ୍ରଭୁଙ୍କ ବିଧୁ ଯଥାର୍ଥ ଆନନ୍ଦଜନକ
ଆଜ୍ଞା ସକଳ ନିର୍ମଳ ଚକ୍ଷୁର ଆଲୋକ … |୨|
ତୁମ ବାକ୍ୟ ଦ୍ୱାରା ଦାସ ଚେତନା ଯେ ପାଏ ।
ପ୍ରତିପାଳନରେ ତାର ମହାଫଳ ଥାଏ
ମୋର ଶୈଳ ମୁକ୍ତି ଦାତା ଆହେ ସଦାପ୍ରଭୁ ।
ମୁଖ ବାକ୍ୟ ହୃଦ ଧାନ ତୁମ୍ଭ ଗ୍ରାହ୍ୟ ହେଉ …|୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.