akhira luha re dhoibi

ଆଖିର ଲୁହରେ ଧୋଇବି ଚରଣ ବୋଲି
ଖୋଜୁଛି କେତେ ମୁଁ ପାଉ ନାହିଁ ଦେଖା
ଥକିଲିଣି ଚାଲି ଚାଲି ମୁଁ ( ୨ ଥର) …(ଘୋଷା)

ତୁମେ କହିଥିଲ ଆଘାତ କରିଲେ ଦ୍ୱାରେ
ଦୁଆର ଫିଟାଇ ପାଶେ ବସାଇବ ବାରେ
ସେହି ଆଶା ମୋର ଆଶାରେ ରହିଲା
ନିରାଶାରେ ଘୁରି ମଲି ମୁଁ (୨ ଥର) … |୧|

ଭାବିଛି ମୋ ମନେ ତୁମକୁ ଖୋଜିଲା ବେଳେ
ଅବିଶ୍ଵାସ କିଛି ଜାଗିଥିଲା ବୁକୁତଳେ
ସେଥିପାଇଁ ମୋତେ ଦେଲ ନାହିଁ ଦେଖା
ନିରାଶାରେ ଝୁରିମଲି ମୁଁ (୨ ଥର) … |୨|

ପ୍ରଭୁଙ୍କ ପବିତ୍ର ଆତ୍ମାଙ୍କ ପରଶ ଦାନେ
ଅବିଶ୍ୱାସ ନାଶି, ଚିତ୍ତ ଶୁଦ୍ଧ କଲ ପ୍ରେମେ
ଦେଖୀ ମୁଁ ପାରିଛି ସେ ରୂପ ମାଧୁରୀ
ମନ ଆଶା ଗଲା ଭରି ମୋ ( ୨ ଥର) … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *