ame apana samasta manadei

ଆମେ ଆପଣା ସମସ୍ତ ମନଦେଇ
ପ୍ରଭୁଙ୍କ ସେବା କରିବା
ସମସ୍ତ ହୃଦୟ ଶରୀରକୁ ନେଇ
ପ୍ରଭୁଙ୍କ ସେବା କରିବା … (ଘୋଷା)

ଜଗତର ବୁକୁପରେ ଆମେ ଲବଣ ସ୍ବରୁପ
ଲବଣର ଗୁଣ ନେଇ ଭରିଦେବା ସୁସ୍ବାଦ
ଅନ୍ଧକାର ଦୁନିଆରେ ଯୀଶୁଙ୍କର ଜ୍ୟୋତି ବଳେ ( ୨ ଥର)
ଅବିରତ ଜ୍ଵଳୁଥିବା ….|୧|

ପ୍ରଭୁଙ୍କ ବାକ୍ୟ ଅଟେ ଆମ ଜୀବନ ପ୍ରଦୀପ
ସେ ପ୍ରଦୀପ ବଳେ ସଦା ହଜେ ପାପର ଅନ୍ଧାର
ଶୁଭ ସମାଚାର ନେଇ, କୋଣେ କୋଣେ ଯିବା କହି ( ୨ ଥର)
ଯୀଶୁଙ୍କ ସାକ୍ଷୀ ହୋଇବା….|୨|

ଜୀବନର ଲକ୍ଷ୍ୟ ଆମ, ପହଞ୍ଚିବା ସେ ସିୟାନ
ଦୁଦ୍ଦିନ ପରୀକ୍ଷାରେ ହେବା ଆମେ ବଳବାନ
ଏହି ଶେଷକାଳ ପାଇଁ ଯୀଶୁଙ୍କ ଶକତି ନେଇ ( ୨ ଥର)
ପ୍ରସ୍ତୁତ ହୋଇ ରହିବା…..|୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *