ଶେଷ ଘଣ୍ଟି ବାଜିଲାଣି
ମହା କ୍ଳେଶ ପାଖେ ଆସିଲାଣି
ଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗ
ଜାଗି ଉଠ ଏହି କ୍ଷଣି
ସତର୍କର ଶେଷ ବାଣୀ
ଚଉଦିଗେ ଏବେ ଶୁଭିଲାଣି
ଶୁଣ ଶୁଣ ଶୁଣ ବନ୍ଧୁ ଗଣ ଶୁଣ
ମନ ଦେଇ ଯାଅ ଶୁଣି
ଶେଷ ଘଣ୍ଟି ବାଜିଲାଣି………=୦=

ଶୋଇବ କେତେ ନିଦ୍ରିତ ହୋଇ
କ୍ଷଣିକ ହେଲେ ସମୟ ନାହିଁ
ବିଳମ୍ବ ଆଉ ନ କର କେହି
ଜାଗ୍ରତ ହୁଅ ମନ ଫେରାଇ
ଭୂମିକମ୍ପ ଘଟିଲାଣି
ମହାଯୁଦ୍ଧ ଆରମ୍ଭ ହେଲାଣି
ଉଠ ଉଠ ଉଠ ବନ୍ଧୁ ଗଣ ଉଠ
ଚେଇଁ ଉଠ ଏହି କ୍ଷଣି………=୧=

ଏମିତି ଯଦି ହେଳା କରିବ
ତେବେ କେମିତି ରକ୍ଷା ପାଇବ
ଯୀଶୁଙ୍କୁ ଯଦି ହୃଦେ ରଖିବ
ଶେଷରେ ପରିତ୍ରାଣ ଲଭିବ
ସମୟଟା ସରିଲାଣି
ଯୁଗ ଶେଷ ଦିନ ଆସିଲାଣି
ଫେର ଫେର ଫେର ବନ୍ଧୁଗଣ ଫେର
ଫେରି ଆସ ଏହି କ୍ଷଣି………=୨=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ

ସୂଚୀମାଳାକୁ ଫେରନ୍ତୁ

One Response

Leave a Reply

Your email address will not be published. Required fields are marked *