jagi utha he bira alokara

ଜାଗି ଉଠ-ଜାଗି ଉଠ ହେ ବୀର- ବୀର ଆଲୋକର ସନ୍ତାନ
ଶୟତାନ ହେଉ ଆଜି ଲଜିତ ପରାଜିତ ଦେଖି ତୁମ ନୂଆ ଜୀବନ…(ଘୋଷା)

ତୁମ ଘରେ, ବାହାରେ, ଏ ସହରେ, ଏ ଗ୍ରାମରେ
ଏ ଜାତି, ଏ ସମାଜରେ ପୁଣି ଏହି ସାରା ଜଗତରେ
ଚାହିଁ ବସିଛନ୍ତି, ଦେଖିବେ ସଭିଏ ଆମ ଜ୍ୟୋତିର ଚିହ୍ନ … |୧|

ତୁମ ଗଲିଚଳନରେ, ତୁମ ବେଶ ଆଉ ଭୂଷାରେ
ତୁମ କଥା କାମରେ, ତୁମ ଚିନ୍ତା ଆଉ ବିଚାରେ
ଦେଖିବେ ଅଛନ୍ତି, ଯେତେ ଯେ ଅନ୍ଧାରେ ତୁମେ ସଭିଙ୍କଠୁ ଭିନ୍ନ … |୨|

ତୁମକୁ ଦେଖି ଚିନ୍ତିବେ ଆଲୋକ ପଥ ଯେ ଖୋଜିବେ
ଅନ୍ଧାର ପଥକୁ ତେଜିବେ, ପିତାଙ୍କ ମହିମା ଗାଇବେ
ସେହି ଯୀଶୁ ଏକା ପଥ, ସତ୍ୟ ଜାଣି ନେବେ ତାଙ୍କ ପଦେ ଶରଣ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *