କର ସ୍ତୁତି ପ୍ରଶଂସା ଗାନ
ଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ ହୋ.. ହୋ.. (ଘୋଷା)
ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ
କରି ତାଙ୍କୁ ପ୍ରଶଂସା ଗାନ…. ହୋ… ହୋ….. |୧|
ମହିମାରେ ପୂର୍ଣ୍ଣ ସେ ତ ସର୍ବ ଶକ୍ତିମାନ
କରି ତାଙ୍କ, ସମ୍ଭମ ଗାନ… ହୋ… ହୋ… |୨|
ବଜାଅ ଭେରୀ, ତୂରୀ, ନେବଲ, ବୀଣା
ବଂଶୀ ବାଦ୍ୟ ସୀତାର ନାନା … ହୋ… ହୋ… |୩|
ବଜାଅ କରତାଳି କର ନୃତ୍ୟ ଗାନ
ନାଚି ଉଠୁ ଧରା ଗଗନ ହୋ.. ହୋ…|୪|
ନିଶ୍ୱାସ ପ୍ରଶ୍ୱାସଧାରୀ ସର୍ବ ପ୍ରାଣୀଗଣ
କର ତାଙ୍କ ପ୍ରଶଂସା ଗାନ … ହୋ… ହୋ…|୫|