kehi nahi mara jagata nijara

କେହି ନାହିଁ ମୋର ଜଗତେ ନିଜର
ଆଶ୍ରା ନେବି ମୁଁ କାହାର
ଏ ମାୟା ସଂସାର ସବୁ ହିଁ ଅସାର
ଦିନେ ହେବ ନାରଖାର … (ଘୋଷା)

ଅସାର ଜଗତେ ଚାଲିବି କେମନ୍ତେ
ବଳ ଶକ୍ତି ନାହିଁ ମୋର
ଦିନେ କାନ୍ଦୁଥାଏ ଦିନେ ଭାବୁଥାଏ ।
ଯୀଶୁ ମୋତେ ଦୟାକର … |୧|

ଭିକାରୀ ସମାନ ଅଟଇ ଜୀବନ
କାଟେ ଦୁଃଖେ ଦିନ ମୋର
ଭୋକିଲା ଜୀବନେ ଚାହେଁ ମୋର ପ୍ରାଣ
ଦେବ କେ ମୁO ଆହାର …. |୨|

ସଂସାର ଜଞ୍ଜାଳ ଦିନ ପ୍ରତିଦିନ
ଆସେ ହୋଇ ଭୟଙ୍କର
ହେଉଛି କାତର ମୋ ପ୍ରାଣ ଅସ୍ଥିର
ଦିଅ ସ୍ଥିର ମତି ମୋର … |୩|

ଆହେ ପ୍ରିୟ ଯୀଶୁ କରଇ ନିର୍ଭର
ତୁମେ ଏକା ଆଶ୍ରା ମୋର
ଅରପିବି ଆତ୍ମା କୁଶ ତଳେ ତବ
ରଖି ସୁସ୍ମିର ନିରନ୍ତର … |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *