କିଏ ସେ ଜଗତକୁ ଆସିଥିଲା ପରିତ୍ରାଣର ପଥ ଖୋଲିଦେଲା
ପାଇଅଛୁ କିରେ ତାଙ୍କୁ ହୃଦୟରେ
ଯୀଶୁ ନାମ ଜଗତେ ଚହଟି ଗଲାରେ
ଜୟ ଜୟ ଗାନେ ଉଡ଼ାଇ ଧୂଜା
ଆସିବେ ଆମର ସରଗ ରାଜା
ତାଙ୍କ ପାଇଁ ହୃଦୟ ସଜା …(ଘୋଷା)
ଆମକୁ ନେବାପାଇଁ ସରଗରୁ
ଯୀଶୁ ରାଜା ଆସି ଗଲେଣି (ଭାଇ) ଆସି ଗଲେଣି
ଆକାଶୁ ତୁରୀଶବ୍ଦ ମହାନନ୍ଦେ
ଆମ ପାଇଁ ଶୁଭି ଯିବଣି (ଭାଇ) ଶୁଭି ଯିବଣି
ଜଗତ ଯିବ ଜୁଳି ଅନ୍ଧାର ଯିବ ଚାଲି ଆସିଯିବ ଏକ ନୂଆଁ ପୃଥିବୀରେ … |୧|
କିସ ଭାବି ରହିଛୁ ମନେ ତୋର
ଦିନ ସବୁ ସରି ଗଲାଣି (ଭାଇ) ସରି ଗଲାଣି
ଯିବା ପରା ଯୀଶୁଙ୍କ ସାଥେ ତାଙ୍କ
କଥା ସବୁ ଭୁଲି ଗଲୁଣି (ସବୁ) ଭୁଲି ଗଲୁଣି
ପ୍ରାର୍ଥନା ନିରନ୍ତର କର ତାଙ୍କ ପୟରେ ପରିତ୍ରାଣ ପାଇ ଯିବୁ ସରଗରେ … |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.