ଧନ୍ୟ ଧନ୍ୟ ଯୀଶୁ ନାମ ଧନ୍ୟ ଧନ୍ୟ
ଧନ୍ୟ ଧନ୍ୟ ପ୍ରିୟ ନାମ ଧନ୍ୟ ଧନ୍ୟ
ଯୀଶୁ ପଥ, ଯୀଶୁ ସତ୍ୟ, ଅନନ୍ତ ଜୀବନ
ଯୀଶୁ ଶାନ୍ତି, ଯୀଶୁ ମୁକ୍ତି, ପତିତପାବନ (ଘୋଷା)
ମଧୁର ମନୋରମ, ସେ ଯୀଶୁନାମ
ସରଗୁ ହୋଇଛି ସେ ନାମ ପ୍ରଦାନ
ସେ ପ୍ରେମମୟ…. ସେ ଦୟାମୟ || ୧ ||
ଆକାଶ ତଳେ ଯେତେ ଅଛନ୍ତି ଜନ
ଦିଆଯାଇନି କାହାକୁ ସେହି ନାମ
ସେ ସ୍ନେହମୟ…. ସେ କୃପାମୟ ||୨ ||
ପାପୀ ତାପୀ ଜନର ସେ ପରିତ୍ରାଣ
ଦୀନ, ଦୁଃଖୀ, ରଙ୍କିଙ୍କ ଅମୂଲ୍ୟ ଧନ
ସେ ଧର୍ମମୟ… ସେ ସୁଧାମୟ ||୩||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
One thought on “dhanya dhanya jishu tume”
Srinu Gumitanga