bidhaba naridana

ବିଧବା ନାରୀଦାନ, ସ୍ଵର୍ଗ ହେଲା ଗ୍ରହଣ
ପାହୁଲା ଯାହା ଥିଲା କରିଥିଲା ସେ ପ୍ରଦାନ
ଦାନ ଦେଇ ପ୍ରଭୁଙ୍କୁ, ହୋଇଥିଲା ସେହି ଧନ୍ୟ (ଘୋଷା)

ସର୍ବ ସୃଷ୍ଟିକର୍ତ୍ତା ରାଜନ, ସର୍ବ ପ୍ରାଣୀ କଲ ସୃଜନ
ଜଗତର ପାପ ମୋଚନ ପାଇଁ କଲ ପୁତ୍ରଙ୍କୁ ଦାନ
କରିଲେ ପ୍ରେମ, ରୁଧିର ଦେଇ ଏ ମର୍ତ୍ତ୍ୟଭୁବନେ || ୧ ||

କର ସର୍ବେ ମନେ ସ୍ମରଣ, ବିଧବା ନାରୀଟିର ଦାନ
ଆଣିଛ କି କିଛି କିଛି ଦାନ, ଅବା ଯାହାଥିଲା ସମ୍ପୂର୍ଣ୍ଣ
ଦେବାକୁ ପ୍ରଭୁ ଚରଣେ, ସବୁ ଧନ, ଜନ, ମନ || ୨ ||

ହେଜ ମନେ ସକଳ ଜନ, ପ୍ରଭୁ ଯୀଶୁଙ୍କ ମଙ୍ଗଳ ଦାନ
ଅଛି କି ଦେବାକୁ ପ୍ରତିଦାନ, ଦେଇ ତୋଷିବ ତାହାଙ୍କ ମନ
ଚାହାନ୍ତି ସେହି ଭଗ୍ନ ଅନ୍ତର ପୁଣି ହୃଦୟ ମନ || ୩ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *