jishu amara sikhyaka

ଯୀଶୁ ଆମର ଶିକ୍ଷକ, ଯୀଶୁ ଆମର ଶିକ୍ଷକ
ଯାହା ସେ ଶିଖାନ୍ତି ତା’ ଆମେ ଶିଖିବୁ
ଜଗତେ ତାହା ପ୍ରକାଶିବୁ ଆମେ (ଘୋଷା)

କରିବାକୁ ପ୍ରେମ ଶିଖିଅଛୁ ଆମେ
ଶିକ୍ଷକଙ୍କ ନିକଟରୁ ( ୨ ଥର)
ସେ ପ୍ରେମ ଗୁଣରେ ଭେଦାଭେଦ ଭୁଲି
ପ୍ରେମରେ ଅନ୍ୟକୁ କହିବୁ ଆମେ….|| ୧ ||

ବାଧ୍ୟତା, ନମ୍ରତା, ଦୟା, କ୍ଷମା, ଗୁଣ,
ଶିଖାଇଛନ୍ତି ଆମକୁ (୨ ଥର)
ତାଙ୍କ ଆଦର୍ଶରେ ଗଢ଼ି ଏ ଜୀବନ ( ୨ ଥର)
ସତ୍ୟ ପଥରେ ଚାଲିବୁ ଆମେ……|| ୨ ||

ସେହି ଆମ ଗୁରୁ ପାଶେ ପାଶେ ଥାଇ
ରକ୍ଷା କରିବେ ପାପରୁ (୨ ଥର)
ତାଙ୍କରି ନାମରେ ଏ ସାରା ବିଶ୍ୱରେ
ପ୍ରଶଂସା ଗୀତ ଗାଇବୁ ଆମେ…..||୩||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *