Juba mesa pabitra khrista jisu prabhu

ଯୁବା ମେଷ ପବିତ୍ର ଖ୍ରୀଷ୍ଟ ଯୀଶୁ ପ୍ରଭୁ ଯୁଦ୍ଧରେ ବୀର ତୁମେ ସ୍ବୟମ୍ଭ
ତବ ଶ୍ରୀ ଛାମୁରେ ଆଶୁ ଦିଅ ବାରେ ଏ ଦୀନ ପାପୀ ଜନଙ୍କୁ (ଘୋଷା)

ଯୁବା ଜୀବନରେ ସମ୍ମୁଖ ଯୁଦ୍ଧରେ ଦାଉଦ ନାମ ରଖିଥିଲା
ପରମେଶ୍ଵରଙ୍କ ମନ ମୁତାବକ ଯୁଦ୍ଧରେ ଜୟୀ ହୋଇଥିଲା
ପରମେଶ୍ୱର ପକ୍ଷେ ଯୁଦ୍ଧ କରିବାକୁ ନିଜ କୌଶଳ ଦେଲ ତାଙ୍କୁ || ୧ ||

ଯୁବା ସିଂହ ସିଏ ଆମ ଖ୍ରୀଷ୍ଟ ସେ ତ ଅଟନ୍ତି ସଂଗ୍ରାମରେ ବୀର
ଭୟ ନାହିଁ ଆଉ ଜୟ କରିବାକୁ କଟି ବନ୍ଧନ ଦୃଢ଼ କର
ସପକ୍ଷେ ଅଛନ୍ତି ସାହାସ ଦିଅନ୍ତି ବିଶ୍ବାସରେ ଚାଲୁ ଆଗକୁ || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *