ମିଛ ମାୟା ସଂସାରରେ
ଗଡ଼ି ଚାଲି ଯାଏ ଏ ସମୟ
କାହିଁ କର ତୁମେ ତହିଁ ଶପଥର ମିଛ ଅଭିନୟ
ହଁ କଥା ହିଁ ହେଉ, ନା କଥା ନ ହେଉ
ହେଉ ଜୀବନର ଏ ଅଭିପ୍ରାୟ (ଘୋଷା)
ଭାଙ୍ଗି ପୁଣି ଗଢ଼ିବାର, ନାହିଁ କିଛି ସକ୍ଷମତା
ହୃଦୟରେ ଭରିଅଛି, ଶତ ଶତ ଦୁର୍ବଳତା
ମସ୍ତକର କେଶ ରଙ୍ଗ; ବଦଳାଇ ନ ପାର
ତେବେ କାହିଁ ନିଅ ତୁମେ
ଶପଥ ଯେ ତୁମ ମସ୍ତକର || ୧ ||
ସ୍ଵର୍ଗ ତାଙ୍କ ସିଂହାସନ, ଧରା ତାଙ୍କ ପାଦପୀଠ
ସୃଷ୍ଟିକର୍ତ୍ତା ସେ ଆମର, ପ୍ରଭୁଙ୍କର ପ୍ରଭୁ ସେ ତ
ମିଛେ ତାଙ୍କ ନାମ ନେଇ, ଶପଥ ଆଉ ନ କର
ତାଙ୍କଠି ଭରସା କଲେ
ହେବ ନାହିଁ କେବେ ପରାଜୟ ||୨||