sada prabhu moro pratipalaka

ସଦାପ୍ରଭୁ ମୋର ପ୍ରତିପାଳକ
ସଦାପ୍ରଭୁ ମୋର ପ୍ରିୟପାଳକ
ଅଭାବ ମୋହର ହେବ ନାହିଁ
ହେବ ନାହିଁ, ହେବ ନାହିଁ (ଘୋଷା)

ତୃଣମୟ ସ୍ଥାନରେ ଶୟନ କରାନ୍ତି ।
ସ୍ଥିର ଜଳ ପାଖେ ପାଖେ କଢ଼ାଇ ନିଅନ୍ତି
ସେ ମୋ ପ୍ରାଣକୁ ସୁସ୍ଥ କରନ୍ତି
ଧର୍ମ ପଥେ ମୋତେ କଢ଼ାଇ ନିଅନ୍ତି || ୧ ||

ମୃତ୍ୟୁଚ୍ଛାୟା ପଥରେ କରିଲେ ଗମନ
ଆପଦକୁ କେବେହେଲେ କରିବିନି ଭୟ
ତୁମେ ସହବଢୀ ତୁମେ ମୋର ସାଥୀ
ସାନ୍ତନା ମୋହର ପ୍ରଭୁ ତୁମ ଯଷ୍ଟି || ୨ ||

ଶତୃଗଣ ସମୁଖେ ମେଜ ସଜାଇଛି
ତଇଳ ଢ଼ାଳି ମସ୍ତକ ସିକ୍ତ କରିଅଛୁ
ପାନ ପାତ୍ର ମୋର ଉଛୁଳି ପଡୁଛି
ମଙ୍ଗଳ, ଦୟା ମୋ ହେବ ଅନୁବର୍ତ୍ତୀ
ପ୍ରଭୁଙ୍କ ଗୃହ ମୋ ହେବ ନିବାସ
ଚିରକାଳ ତହିଁ କରିବି ବାସ || ୩ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *