ସେ ନଦୀର ଉପକୂଳ
କି ସୁରମ୍ୟ ଛଳ ଛଳ
ବହେ ତହିଁ ପ୍ରେମ ଜଳ ଉପୁରି ତା ସ୍ବର୍ଗସ୍ଥଳ (ଘୋଷା)
ସେ ନଦୀ ଜଳରେ ଭାଇ ପାପ ଦାଗ ଯାଏ ଧୋଇ
ଯେତେ ପାପୀ ସବୁ ଚାଲ ଯିବା ସେ ନଦୀର କୂଳ || ୧ ||
ପାପୀ ଜନ ନିରାଶାରେ ମରୁଥିଲେ ଯେ ତୃଷାରେ
ଦେବାକୁ ଅମୃତ ଜଳ, ବହିଲା ସେ ନଦୀ ଜଳ || ୨ ||
ଅମୃତ ଜଳର ଉତ୍ସ ନିଜେ ପ୍ରଭୁ ଯୀଶୁ ଖ୍ରୀଷ୍ଟ
ଡାକୁଛନ୍ତି ଆସ ପିଇ ବଞ୍ଚିବ ଅନନ୍ତ କାଳ || ୩ ||