hosanna hosanna halleluyah

ହୋଶାନ୍ନା, ହୋଶାନ୍ନା, ହାଲ୍ଡଲୁୟା, ହୋଶାନ୍ନା
ଯୀଶୁ ନାମ, ପ୍ରିୟତମ, କରିଯିବା ବନ୍ଦନା (ଘୋଷା)

ମୁକତିଭରା ସେ ନାମ, ଶକତିରେ ପରିପୂର୍ଣ୍ଣ
ପ୍ରେମଭରା, ଶାନ୍ତି ଭରା, ସୁନ୍ଦର ମହୀୟାନ
ଯୀଶୁ ନାମ ବିନୁ ନାହିଁ, ପାତକୀର ସାନ୍ତନା || ୧ ||

ପବିତ୍ର ସେ ଯୀଶୁ ନାମ, ମହିମାରେ ପରିପୂର୍ଣ୍ଣ
ମଧୁଭରା, ସୁଧାଭରା, ସବୁ ସୁଖ ଭରା ନାମ,
ତ୍ରିଭୁବନେ ନାହିଁ ଆଉ, ସେ ନାମର ତୁଳନା || ୨ ||

ପାପ ମୃତ୍ୟୁ ନାଶକାରୀ, ରୋଗ ଶୋକ ଦୁଃଖହାରୀ
ସେ ହିଁ ପଥ, ସେ ହିଁ ସତ୍ୟ, ସେ ଅନନ୍ତ ଜୀବନ
ଆସ ସର୍ବେ ସେହି ନାମେ କରିଯିବା ଭଜନା || ୩ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *