hrudaye uthe sandheha

ହୃଦୟେ ଉଠେ ସନ୍ଦେହ
ପୁଣି ଆଉ କାହିଁକି ?
ଆତଙ୍କ ଛାୟା ମନେ ପୁଣି ଆଉ କାହିଁକି ?
ପାଇଛି ପରା ଯୀଶୁଙ୍କୁ ( ୨ ଥର)
ଏ ଅସ୍ଥିରତା ଜୀବନେ କାହିଁକି ? ( ୨ ଥର) (ଘୋଷା)

ନିଜ ବୁଦ୍ଧି ଜ୍ଞାନ ବାହୁବଳେ ରଖିଛ କି ତୁମେ ଭରସା
ଆହା ଅଜ୍ଞାନତାର ଅନ୍ଧକାରେ ଘୁରି ବୁଲୁଛ କାହିଁକି ?
ପାଇଛି ପରା ଯୀଶୁଙ୍କୁ || ୧ ||

ପାରିଛ କି ଆଙ୍କି ଯୀଶୁ ଛବି ଏ ଯାଏ ତୁମ ପରାଣେ
ନାହାନ୍ତି କି ଯୀଶୁ ତୁମ ଅନ୍ତରେ ଏ ଅଭିନୟ କାହିଁକି ?
ପାଇଛି ପରା ଯୀଶୁଙ୍କୁ || ୨ ||

ମନ ଆତ୍ମା ହେବ ନିରିମଳ ଯୀଶୁଙ୍କ ପବିତ୍ର ରକ୍ତ
ସେହି ସିନା ଦେବେ ପାପୁ ମୁକତି ଯୀଶୁରେ ଆଶ୍ରା ନାହିଁ କି ?
ପାଇଛି ପରା ଯୀଶୁଙ୍କୁ || ୩ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *