samarpibi jishu pade jaha achi

ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହର
କରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର || ୧ ||

ସବୁ ମୁଁ ଦେବି, ସମର୍ପି ଦେବି
ପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି (ଘୋଷା)

ସବୁ ଦେବି ଯୀଶୁ ପାଦେ ନତ ହେବି ଚରଣେ
ଲୋଡ଼ା ନାହିଁ ପୃଥିବୀର ସୁଖ ଯେତେ ଜୀବନେ || ୨ ||

ସବୁ ଦେବି ତୁମ ପାଦେ କର ଯୀଶୁ ତୁମର
ତବ ପୂଣ୍ୟ ଜ୍ଞାନ ଦାନେ ହୁଅ ତୁମେ ମୋହର ||୩||

ସବୁ ଦେବି ଯୀଶୁ ପାଦେ ଦେବି ମୋର ସର୍ବସ୍
ରଖି ପ୍ରାଣ ପ୍ରେମେ ତୁମ ଢାଳିଦେଇ ସର୍ବସ୍ || ୪ ||

ସବୁଦେବି ଯୀଶୁ ପାଦେ ଘେନି ପୂଣ୍ୟ ଆଲୋକ
ପରିତ୍ରାଣ ଆନନ୍ଦରେ ଗାଇବି ଜୟ ଗୀତ ||୫||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *