sehi prema jana

ସେହି ପ୍ରେମ ଜାଣ
ସେହି ପ୍ରେମ ମଣ
ସେହି ପ୍ରେମରେ ଅଛି ପରିତ୍ରାଣ
କର ସନ୍ଧାନ, ପ୍ରେମରେ ଅଛି ପରିତ୍ରାଣ (ଘୋଷା)

ସେ ପ୍ରେମ ଅଟେ କେଡ଼େ ମହାନ
ସେ ପ୍ରେମ ଅଟେ କେଡ଼େ ଅନୁପମ
ସେ ପ୍ରେମ ଦୈର୍ଘ୍ୟରେ ଚାଲୁଥିବି
ସେ ପ୍ରେମ ପ୍ରସ୍ଥରେ ଘୁରୁଥିବି
ସେ ପ୍ରେମ ଗଭୀରେ ବୁଡ଼ିଥିବି
ସେ ପ୍ରେମ ଉଚ୍ଚରେ ଉଡୁଥିବି || ୧ ||

ସେ ପ୍ରେମରଜୁ ଅଟେ ଚିରନ୍ତନ
କେହି କରିପାରେନା ତାହାଠୁ ବିଚ୍ଛିନ୍ନ
ନା ଦୁଃଖ ମୋତେ ଭାଙ୍ଗି ପାରେ
ନା ଖଡ୍ଗ ମତେ କାଟି ପରେ
ନା ମୃତ୍ୟୁ ମୋତେ ମାରି ପାରେ
ଏହା ତା ନିଶ୍ଚୟ ମୁ ଜାଣେ || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *