ତୁମେ ସାହା ହୁଅ ହେ ପ୍ରଭୁ ମୋର
ତୁମ ବିହୁନେ କେ ଅଛି ମୋର … (ଘୋଷା)
ତୁମେ ମୋର ପ୍ରିୟ ସାଥି ବନ୍ଧୁ ନିର୍ଝର
ତୁମଠାରେ ଅଛି ମୋର ଦୃଢ଼ ନିର୍ଭର
ତୁମେ ନ ଥିଲେ ସାଥିରେ ମୋର
ଚଉଦିଗ ମୋ ଅନ୍ଧାର,
ତୁମ ବିହୁନେ କେ ଅଛି ମୋର … |୧|
ତୁମେ ପଥ ତୁମେ ସତ୍ୟ ପ୍ରେମ ଆଧାର
ତୁମ ଜ୍ୟୋତି ଲଭୁ ମୋର ହୃଦ ମନ୍ଦିର
ତୁମେ ମୋହର ଜୀବନ ସ୍ବର
ତୁମେ ପରା ବନ୍ଧୁ ମୋର
ତୁମ ବିହୁନେ କେ ଅଛି ମୋର … |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.