ଜଙ୍ଗଲ ରାଜ ଖତମ୍

ଆଉ ଜଙ୍ଗଲ ରାଜ ଚାଲିବନି ଆମ ଭାରତରେ l ଆମେ ସ୍ୱାଧୀନତା ଚାହୁଁ l ବାଣିଜ୍ୟ କରିବାକୁ ଆସି ଆମ ଦେଶରେ ରାଜା ଦେଖେଇ ହେଉଛ l ବିରୋଧ କଲେ ପିଠି ଫାଟିଲା ଭଳି ଲାଠି ରେ ମାରୁଛ l ଆଉ ଛଡା ଛାଡି ନାହିଁ l ଆମ ଦେଶ ଆମକୁ ଦେଇଦିଅ l ଏହି ଦାବି ଥିଲା ଅନେକ ଭାରତୀୟମାନଙ୍କ ଙ୍କ ସେଦିନ l ଆନ୍ଦୋଳନ ର ତରିକା ବି ଭିନ୍ନ ଭିନ୍ନ ଥିଲା l କିଏ ତ କହୁଥିଲେ ଅହିଂସା ଦ୍ୱାରା ସବୁ ସମ୍ଭବ l ଡେରି ହେଲେ ବି ବିଜୟ ସୁନିଶ୍ଚିତ l ଆଉ କିଛି ଲୋକଙ୍କ ମତ ଅଲଗା ଥିଲା l ସ୍ୱାଧୀନତା ପାଇଁ ଦାନ୍ତ ବଦଳରେ ଦାନ୍ତ ହେବା ଆବଶ୍ୟକ l ରକ୍ତ ବୋହିବା ଦରକାର l ନଚେତ ସ୍ୱାଧୀନତା ଆସିବନି l ଶେଷରେ ବ୍ରିଟିଶ ଙ୍କ କବଳରୁ ମୁକ୍ତ ହେଲା ଭାରତ l ବ୍ରିଟିଶ ମାନଙ୍କ ଜଙ୍ଗଲ ରାଜ ଖତମ୍ ହୋଇଗଲା l ଚିତପଟାଙ୍ଗ ମାରିଲା ତାଙ୍କ କ୍ରୁର ଶାସନ l ଭାରତ ଛାଡି ସେମାନେ ଯିବାକୁ ବାଧ୍ୟ ହେଲେ l

ଜଙ୍ଗଲ ରାଜ ର ଅର୍ଥ କ୍ରୁର ଶାସନ କୁ ବୁଝାଏ l ଏହି ଶାସନରେ ଦୟା ଆଉ ମାନବିକତା ବୋଲି କିଛି ନ ଥାଏ l ଜଣେ ମଣିଷ କୁ ପଶୁ ଭଳି ବ୍ୟବହାର କରାଯାଏ l ଦାୟିତ୍ୱ ରେ ଥିବା ଲୋକ ହିଁ ସବୁ କିଛି l ସେ ଏବଂ ତାଙ୍କ ଲୋକ ଯାହା ଚାହିଁଲେ ତାହା ହିଁ ସେମାନେ କରି ବସନ୍ତି l ଏଠି ଥାନା,କଚେରୀ, ନିୟମ କାନୁନ୍ ସବୁ ପଙ୍ଗୁ ହୋଇଯାଏ l ଅତ୍ୟାଚାର ର କାହାଣୀ ଶୁଣିବାକୁ ଏଠି କି ଏ ନ ଥାନ୍ତି l

ମିଶର ଦେଶ ପିରାମିଡ଼ ର ଦେଶ l ଜଙ୍ଗଲ ରାଜ ଚାଲୁଥିଲା ଫାରୋ ଙ୍କ ଦ୍ୱାରା l ସେ ଥିଲେ ଦେଶର ରାଜା ଆଉ ସର୍ବେସର୍ବା l ତାଙ୍କ ଆଦେଶ ରେ ତାଙ୍କ ଲୋକ ଦେଉଥିଲେ ନିର୍ଯ୍ୟାତନା ଇସ୍ରାଏଲ ଲୋକଙ୍କୁ l ପଶୁ ଭଳି ସେମାନଙ୍କୁ ବ୍ୟବହାର କରାଯାଉଥିଲା l ଇଟା ଗଢିବା କାମରେ ଲଗାଯାଉଥିଲା l ବିରୋଧ କଲେ ମାଡ଼ ବାଜୁଥିଲା l ଶିଶୁ ମାନଙ୍କୁ ହତ୍ୟା କରାଯାଉଥିଲା ବାପା ମାଆ ଙ୍କ ଆଗରେ l ସଦ୍ୟ ଜାତ ଶିଶୁ ଙ୍କୁ ବଧ କରିବା କଣ ମିଶରୀୟ ମାନଙ୍କ ପ୍ରତି ଲାଗୁ ହୋଇଥିଲା କି l ନା କେବଳ ଇସ୍ରାଏଲ ମାନଙ୍କ ପାଇଁ l ଜଣକୁ ମାଫ ଆଉ ଜଣକୁ କାଟ l ଏ କି ପ୍ରକାର ଶାସନ l ଆଖି ଦେଖି କାରବାର l ପ୍ରତି ଇସ୍ରାଏଲ ଥିଲେ ମିଶର ଦେଶରେ ଜଣେ ଜଣେ ପରାଧୀନ ମଣିଷ l ପ୍ରବାସୀ ସେମାନେ l କାହାକୁ ଜୋର ରେ କହିପାରିବେ ନି କି ନିଜ ଅଧିକାର ସାବ୍ୟସ୍ତ ବି କରି ପାରବେନି l ମୋଶାଙ୍କ ନେତୃତ୍ୱରେ ଆରମ୍ଭ ହେଲା କଥାବାର୍ତ୍ତା l ନିଜ ଦାବି ରଖା ଗଲା ଶିଶୁ ମରା ଫାରୋ ନିକଟରେ l ଅନେକ ବାଦବିବାଦ ପରେ ସ୍ୱାଧୀନତା ପାଇଗଲେ ଇସ୍ରାଏଲ ଲୋକେ l ଫାରୋ ଙ୍କ ଜଙ୍ଗଲ ରାଜ ରୁ ମୁକ୍ତି ମିଳିଗଲା ସେମାନଙ୍କୁ l
କେତେକ ନାମ କରା ଖ୍ରୀଷ୍ଟିୟାନ ଅନୁଷ୍ଠାନ ର ଶାସନ ବ୍ୟବସ୍ଥା ଭାରି କଠୋର ଆଉ କଠୋର l ସୀମା ଠାରୁ ଅଧିକ ଭଳି ଲାଗେ l ସେ ଅନୁଷ୍ଠାନ ର ମୁଖ୍ୟ ମାନେ ଭାବନ୍ତି ସେମାନେ ଗୋଟିଏ ଗୋଟିଏ ଅଟୋନମସ l ସେମାନେ ଯାହା ଚାହିଁବେ ତାହା ହିଁ ହେବ l ସେମାନଙ୍କ ଭୁଲ ଥିଲେ ବି ତଳିଆ କର୍ମଚାରୀ ମାନଙ୍କୁ ମୁଣ୍ଡ ଟୁଙ୍ଗାରି ହଁ ଭରିବାକୁ ପଡିବ l ବସ୍ ଏଣ୍ଟ୍ରି ମାରୁ ମାରୁ ଚୌକି ଛାଡି ଠିଆ ହେବାକୁ ପଡିବ l ଟିକିଏ ଭୁଲ କଲେ ଘଂଟା ଘଂଟା ଠିଆ ହୋଇ ଗାଳି ଶୁଣିବାକୁ ପଡିବ l ସିଧା ସିଧା ଦେଖା କରି ପାରିବେନି ଆମ ବସ୍ ମାନଙ୍କୁ l ଏଥିପାଇଁ ଚିରକୁଟୀ ଅବା ପାସ୍ ଟିଏ ଦରକାର l ଏମାନଙ୍କ ମିଜାଜ ଉପରେ ସବୁ ନିର୍ଭର କରେ l ଜଣକୁ ଉଠାଇ ପାରିବେ ଜଣକୁ ତଳକୁ ନେଇ ବେଇଜତ କରିପାରିବେ l ଏମାନେ ଭାରି ଉଚ୍ଚ ଆସନ ପ୍ରିୟ l ତାଙ୍କୁ ସାଇଡ ମାରି ଯାଇ ପାରିବେନି l ଗଲେ ଆପଣଙ୍କୁ କୌଣସି ଜାଗାରେ ଠିଆ କରେଇ ଦେବେନି l ଏମାନଙ୍କ ଭାରି ଦବଦବା ଅଛି ଆମ ସମାଜରେ l ତଳିଆ ଷ୍ଟାଫ ଏମାନଙ୍କ ଆଗରେ ଜଣେ ଦାସ l ହାଁ ଜି ହାଁ ଜି କହି ଏମାନଙ୍କ ଦିନ କଟେ l ଟିକେ ଅବହେଳା କଲେ ଦୁଇ ମାସ ଦରମା ବନ୍ଦ କରିଦେବେ l ଆପଣଙ୍କ ପିଲା ଛୁଆ ଭାସି ଯାଆନ୍ତୁ ସେଥିରେ ସେମାନଙ୍କ ଯାଏ ଆସେ ନାହିଁ l ଏହି ମ୍ୟାନେଜମେଣ୍ଟ କୁ ଆପଣ କେଉଁ ମ୍ୟାନେଜମେଣ୍ଟ କହିବେ ! ଏହା କଣ ଜଙ୍ଗଲ ରାଜ ନୁହଁ କି !

ସ୍ୱାମୀ ଘର ର କର୍ତ୍ତା l ସ୍ତ୍ରୀ, ସ୍ୱାମୀ ର ବଶୀଭୂତା ହେବା ଦରକାର l କିନ୍ତୁ କେତେକ ପରିବାରରେ ଓଲଟା ଦେଖା ଯାଉଛି l ସ୍ତ୍ରୀ ର ଜଙ୍ଗଲୀ ଶାସନରେ ସ୍ୱାମୀ ଅସ୍ତବ୍ୟସ୍ତ ହୋଇପଡୁଛି l ସ୍ତ୍ରୀ ଭାବୁଛି ସ୍ୱାମୀ ତାର ଅପାରଗ, ଅକର୍ମଣ୍ୟ ଆଉ ଅଳସୁଆ l ବେଳେ ବେଳେ ସ୍ତ୍ରୀ ସୂର୍ଯ୍ୟମୁଖୀ ପୁଣି କେତେବେଳେ ଚନ୍ଦ୍ରମୁଖୀ ଆଉ ପୁଣି କେତେବେଳେ ମନମୁଖୀ ହେଉଛି l ବିଭିନ୍ନ କଡା କଡା ନିୟମ ମାନିବାକୁ ପଡୁଛି ସ୍ୱାମୀ କୁ l ଘର କୁ ଡେରିରେ ଫେରିଲେ ତାର ଉତ୍ତର ଅଲବତ ଦେବାକୁ ପଡୁଛି l ତାଙ୍କ ବିନା ଆଦେଶରେ ରେ ଘରର ଗୋଟିଏ ଜିନିଷ ବି ଏପଟେ ସେପଟେ ହେଉ ନାହିଁ l ସ୍ୱାମୀ ଯଦିଓ ଅଫିସ ରେ ସିଂହ ଆଉ ପାୱାରଫୁଲ l ଘରେ କିନ୍ତୁ ମୂଷା ଛୁଆଟିଏ l ବଳହୀନ ଲୋକଟିଏ l ହେବାକୁ ବି ବାଧ୍ୟ l ସେଥିରୁ ସେ ବର୍ତ୍ତୀ ପାରିବ କିପରି !

ବିଭିନ୍ନ ଚର୍ଚ୍ଚ ରେ କଣ ଜଙ୍ଗଲ ରାଜ ଚାଲିନି ! ଚାଲିଛି l ଟିକେ ପଦ ମିଳିଗଲେ ଜମିଗଲା l ଆଉ କଣ ପଛକୁ ଅନାଇବାର ଅଛି l ବର୍ଷ ବର୍ଷ ର ନିୟମ କୁ ଜଳାଇ ଦିଆଯାଉଛି l ନୂଆ ସମ୍ବିଧାନ ଲେଖା ହେଉଛି l ସେମାନଙ୍କ ନିୟମ କାର୍ଯ୍ୟକାରୀ ହେଉଛି l ଲୋକ ଦେଖି ବିଚାର କରାଯାଉଛି l ବଡବଡିଆ, ଚାକିରୀବାଲା ଙ୍କ ପ୍ରତି କଥା ରଖା ଯାଉଛି l କିନ୍ତୁ ଦୁଃଖୀ ଟିଏ ଯିବ ଯଦି ନ୍ୟାୟ ପାଇବା ପାଇଁ l ତାକୁ ଦୁଃଖରେ ହିଁ ଫେରିବାକୁ ପଡିବ l ନ୍ୟାୟ କଣ ମିଳିପାରିବ ତାକୁ ସେଠାରୁ l କେବେ ନୁହଁ l ଅନୁଭବ କରି ପାରିବ ସେ ଚର୍ଚ୍ଚ ର ଜଙ୍ଗଲ ରାଜ କଥା l ସେଥିପାଇଁ ଆଜି ଅନେକ ଚର୍ଚ୍ଚ ଦୁଇ ଫାଳ ହେବାକୁ ବସିଲାଣି l ଭକ୍ତ ମୁହଁ ଫେରାଇନେଲେଣି ଚର୍ଚ୍ଚ ରୁ l

ବ୍ରିଟିଶ ମାନଙ୍କ ଜଙ୍ଗଲ ରାଜ ଖତମ୍ ହୋଇଥିଲା ଭାରତରେ l ଆମ ଖ୍ରୀଷ୍ଟିୟାନ ଅନୁଷ୍ଠାନରୁ , ପରିବାରରୁ, ଚର୍ଚ୍ଚ ରୁ କେବେ ଜଙ୍ଗଲ ରାଜ ଖତମ୍ ହେବ ! ସୁସ୍ଥ ସମାଜ ପାଇଁ ଜଙ୍ଗଲ ରାଜ କ୍ଷତିକାର ଅଟେ l ଏହା ହଟାଇ ଦେବା ଦରକାର l ଏହାର ସମାଧାନ ହେବା ଦରକାର l ପ୍ରତି ଟି ମଣିଷ ର ଏକ ମୂଲ୍ୟବୋଧ ଅଛି l ସେ ମର୍ଯ୍ୟାଦା ରେ ବଂଚିବା ଦରକାର l ପଶୁ ଭଳି ନୁହଁ କି ପରାଧୀନ ମନୁଷ୍ୟ ଭଳି ନୁହଁ l ଏହା ଆମ ବଡ ବଡ଼ିଆ ବାବୁ ମାନେ ବୁଝିଲେ ଆଉ ଜାଣିଲେ ହେଲା l

Rev. Simion Malli photo
Rev. Simion Mali
Founder & Director of MOC, India.

Leave a comment

Your email address will not be published. Required fields are marked *