ଭୁଜ ତଳେ ମୋତେ ରଖ ମହାପ୍ରଭୁ,
ବାହୁ ତଳେ ମୋତେ ରଖା
ତବ ପବିତ୍ର ଭୁଜ ବିସ୍ତାରି ଦେଲେ,
ଛାର କି କରିବ ସେ ଦୁଃଖ (ଘୋଷା)
ଦୁଃଖିନୀର ସାଥୀ ଅଧମର ଗତି,
ଅନାଥର ତୁମେ ନାଥ
ସଜ ହୋଇଥିବ ଏ ଅଧମ ତବ,
ନିରତ ସେବାରେ ରତ ..
ତୁମେ ଦୀନବଂଧୁ ନିର୍ଦ୍ଦୟ ହୋଇଲେ,
ହେବ କି ଅନ୍ତରେ ସୁଖ |୧|
ଭୁବନ ମୋହନ ମୋ ତ୍ରାଣ କରତା,
ରଖେ ତବ ପାଦେ ମୋ ଚିତ୍ତ
ଦିନକୁ ଦିନ ତ ଦୁଃଖ ଅବିରତ, ମିଳଇ ନାହିଁ ତ ସୁଖ .
ଭାସିଯିବି ନାଥ ଏ ଭବ ସାଗରେ ରଖ ତ୍ରାଣ ଧନ ରଖା |୨|
ମୁଁ ଅତି ପତିତ ଭରସା ରଖିଛି ଶ୍ରୀଚରଣ ତଳେ ତବ
ଏ ଅଭଗା ମୂଢ଼ମତି ଯୋଡ଼ି କର, କହେ ମୋତେ ଦୟା କର
କେହି ନାହିଁ ମୋର ତୁମେ ଏକା ସାର,
ମିନତି ମୋ ବାରେ ଘେନ |୩|