poritraano sombado ki ote mistho dhwoni

ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି !

ହୁଏ ଶୋକ ତାପ ଦୂର କର୍ଣ୍ଣେ ତାହା ଶୁଣି । ଘୋଷା । 

ଘୋର ଅନ୍ଧକାରେ ଯେ ନିବାସ କରେ,
କରେ ତା ପ୍ରତି ଉଦୟ ତ୍ରାଣ-ଦିନମଣି । ୧ ।

ମରଣ ଛାୟାରେ ଯେ ନିବାସ କରେ,
କରେ ତା ପ୍ରତି ପ୍ରଚାର ଜୀବନର ବାଣୀ । ୨ । 

ଯେ ଘୋର ବନ୍ଧନେ ରହେ ଅନୁକ୍ଷଣେ,
ହୁଏ ଅତି ହୃଷ୍ଟଚିତ୍ତ ମୁକ୍ତିକଥା ଶୁଣି । ୩ ।

ଯୀଶୁ ନାମେ ତ୍ରାଣ କରେ ପ୍ରଚାରଣ,
ହୁଏ ଅତି ହୃଷ୍ଟଚିତ୍ତ ଶୁଣି ତା ଅବନୀ । ୪ । 

ମୁଁ ପାପୀ ଅଧମ ପାଇ ପରିତ୍ରାଣ,

ହେଲି ଅତି ଆନନ୍ଦିତ ମନେ ତାହା ଗୁଣି । ୫ ।

Leave a comment

Your email address will not be published. Required fields are marked *