jishu sarana mu neli

ଯୀଶୁ, ଶରଣ ମୁଁ ନେଲି,

ଅନାଅ ମୋତେ ପ୍ରସନ୍ନେ        ନୋହିଲେ ମୁଁ ମଲି   ା ଘୋଷା

ତୁମ୍ଭେ ଆତ୍ମାର ବେବର୍ତ୍ତା          ତୁମ୍ଭେ ପାପତାପହର୍ତ୍ତା,

ମୁହିଁ ପାପୀ ହଜାମେଷ           ବାହୁଡ଼ି ଅଇଲି        ା ୧

ପାପ ଭବ ଶୟତାନ  କଲେ ମୋ ପରେ ଶାସନ,

ଏବେ ମୁଁ ପଳାଇ ଆସି           ଚରଣ ଧଇଲି        ା ୨ ।

ତୁମ୍ଭର ବୋଝ ଯୁଆଳି ସହଜ ବୋଲି ଘେନିଲି,

ହୋଇ ତୁମ୍ଭ ପଶ୍ଚାଦ୍‌ଗାମୀ       କ୍ରୁଶ ମୁଁ ବହିଲି        ା ୩ ।

ଶୟତାନ ଅଧିପତି   କଲା ମୋ ମନେ ରାଜୁତି,

ବସ ହୃଦ-ସିଂହାସନେ,              ତୁମ୍ଭର ହୋଇଲି      ା ୪ ।

ଏବେ ମୁଁ ଅଟେ ତୁମ୍ଭର,             କର ତୁମ୍ଭେ ଅଧିକାର,

ତୁମ୍ଭ ବହୁମୂଲ୍ୟ ରକ୍ତେ            ମୁହିଁ କିଣା ହେଲି     ା ୫ ।

ତୁମ୍ଭ ବିନା ନାହିଁ ଗତି, ତୁମ୍ଭେ ମୋ ଜୀବନ ପତି,

ତୁମ୍ଭେ ମୋ ସବୁରେ ସବୁ,         ଏହା ମୁଁ ବୁଝିଲି       ା ୬ ।

Leave a comment

Your email address will not be published. Required fields are marked *