moro naahin bolo hai pari hebaaku

ମୋର ନାହିଁ ବଳ ହେ

ପାରି ହେବାକୁ ଏ ଭବ ସିନ୍ଧୁ ଜଳ । ଘୋଷା । 

 

କର୍ମ ଧର୍ମ ଯେତେ ନାବ ଯତ୍ନେ ବନାଇଲି ଗୋଟିଏ ହେଁ ନିଶ୍ଚିଦ୍ର ନ ହୋଇଲା,

ଜଳ ତହିଁ ପଶିଲା, ଭାଇ ସକଳ ବୁଡ଼ିଗଲା । ୧ ।

ଦୃଢ଼ ଭକ୍ତି-ଡଙ୍ଗା ବାନ୍ଧି ତହିଁ ଆରୋହିଲି, ଭାଙ୍ଗିଦେଲା କଲ୍ଲୋଳ,

ମୋ ଆସନ ହୋଇଲା ଟଳମଳ, ଭାଇ ଜଳେ ପୁଣି ପଡ଼ିଲି । ୨ ।

ଧନ ମାନ ଯଶ ବିଦ୍ୟା ଯାହା ପ୍ରେମ କଲି

ପ୍ରତିକୂଳ ହୋଇଲେ, ତାହା ସବୁ ଗଭୀରକୁ ଝିଙ୍କିଲେ, ଭାଇ

ନିରାଶ ମୁଁ ହୋଇଲି । ୩ ।

 

ତାରିବାକୁ ଏ ଜଳରୁ ଅଛି କାର ବଳ ?

ବନ୍ଧୁ ଜ୍ଞାତି କୁଟୁମ୍ବ ରାଜା ପ୍ରଜା, ନରନାରୀ ସକଳ, ଭାଇ ଜଳେ ପଡ଼ି ଆକୁଳ । ୪ ।

ଯୀଶୁ, ତୁମ୍ଭ ପ୍ରେମ-ନାବେ ଶରଣ ମୁଁ ନେଲି,

ପାରି କର ଏ ଜଳୁ, ତୁମ୍ଭେ ସିନା ପତିତର ଦୟାଳୁ, ପ୍ରଭୁ ନୋହିଲେ ମୁଁ ମରିଲି । ୫ ।

Leave a comment

Your email address will not be published. Required fields are marked *