mu ki koli pitaa gruho tejili

ମୁଁ କି କଲି, ପିତା ଗୃହ ତେଜିଲି

ବିଦେଶରେ ଆଶ୍ରାହୀନ ହୋଇଲି ପୈତୃକ ସମ୍ପତ୍ତି ଉଡ଼ାଇ ଦେଲି, ା ଘୋଷା ।

ଦୁର୍ଭିକ୍ଷ ସମୟେ ଦରିଦ୍ର ହେଲି ପୁତ୍ର ଅଧିକାର ହରାଇ ଦେଲି,     ା ୧ ।

ଏବେ ଦାସପଣେ କାଳ କାଟିଲି ଅନ୍ନବସ୍ତ୍ର ବାସବିହୀନ ହେଲି,      ା ୨ ।

ଶୂକର ଚରାଇ ବିଲେ ବୁଲିଲି କ୍ଷୁଧାନଳ ସହି ମୁଁ ନ ପାରିଲି,        ା ୩ ।

ଶୂକରର ଖାଦ୍ୟ ମୁହିଁ ଲୋଡ଼ିଲି ପିତା ଈଶ୍ୱରଙ୍କ ଦ୍ରୋହୀ ହୋଇଲି,                ା ୪ ।

ମୋ ଦୁଷ୍ଟ କର୍ମର ଫଳ ଭୁଞ୍ଜିଲି ହେ ପିତା, ଏବେ ମୁଁ ଫେରି ଆସିଲି,            ା ୫ ।

ରଖ ଦାସ କରି, ନୋହିଲେ ମଲି            ା ୬ ।

Leave a comment

Your email address will not be published. Required fields are marked *