sudoyaa kori rakha praano naatho udhori

ସୁଦୟା କରି ରଖ ପ୍ରାଣନାଥ ଉଦ୍ଧରି,

ପାପ-ପାରାବାରେ ମଗ୍ନ ଆତ୍ମା ମୋହରି । ଘୋଷା ।

ବାରିଧି ଜଳେ ପିତର ହୁଅନ୍ତେ ଅତି କାତର

ପ୍ରସାରି କୋମଳ କର            ରଖିଲ ଧରି  ା ୧ ।

ଷଡ଼ରିପୁ ପଞ୍ଚେନ୍ଦ୍ରିୟ  ଭଗାରି ମୋ ଅତିଶୟ          

କରନ୍ତି ମୋତେ ଅଥୟ           ହତାଶ କରି   ା ୨ ।

ନାହିଁ କିଛି ପୁଣ୍ୟ ମୋର          କେବଳ ପାତକ ଘୋର    

ହରଇ ସୁକୃତି ଚୋର ନରାତ୍ମା ଅରି         ା ୩ ।

କର ଯୋଡ଼ି ନମ୍ର ଶିରେ          କୃପାସନର କତିରେ 

ଡାକେ ଖେଦିତ ମତିରେ         ଚିତ୍କାର କରି   ା ୪ ।

ଚୂର୍ଣ୍ଣ ଭଗ୍ନାନ୍ତଃକରଣ  ଲୋଡ଼ୁଛ ପ୍ରଭୁ ଆପଣ     

ଆରତ କର ଶ୍ରବଣ  ମୋ ଦୁଃଖ ସ୍ମରି      ା ୫ ।

ପାପୀ ପରିତ୍ରାଣ ପାଇଁ           ଯୀଶୁ ନାମ ଅଛ ପାଇ,

ଡାକୁଛି ମୁଁ ନିତି ଧ୍ୟାୟି ଦିବା ଶର୍ବରୀ          ା ୬ ।

ପାପ-ସାଗର-ବୋଇତ          ତୁମ୍ଭ ମହା ପ୍ରାୟଶ୍ଚିତ୍ତ,

ମୁଁ ଅଟେ ତହିଁ ଆଶ୍ରିତ            ହେ ତ୍ରାଣ ତରି   ା ୭ ।

ରଖ ରଖ ଏ ଜୀବନ ଶୁଣ ଦୁଃଖୀ ନିବେଦନ 

ହୁଅ ମୋ ପ୍ରତି ପ୍ରସନ୍ନ ମୋ ଦୁଃଖ ହରି । ୮ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *