ଉଠ ଉଠ ବେଗେ ଆହେ ପଥିକ,
ଯାଉଛି ବହି ଦିନ । ଘୋଷା ।
ଆସୁଛି ଝାସି ଅନ୍ଧାର ନିଶି,
ଶୀଘ୍ର କର ଗମନ ହେ ପଥିକ । ୧ ।
ବାଟରେ ଘୋର ଶତ୍ରୁ ଅପାର,
କର କଟି ବନ୍ଧନ ହେ ପଥିକ । ୨ ।
ପ୍ରଭୁଙ୍କ ଶାସ୍ତ୍ର ଦ୍ୱିଧାର ଅସ୍ତ୍ର, କରେ,
କର ଧାରଣ ହେ ପଥିକ । ୩ ।
ବାମେ ଡାହାଣେ ନ ଯାଅ କ୍ଷଣେ,
ସିଧା କର ଧାବନ ହେ ପଥିକ । ୪ ।
ସଂକୀର୍ଣ୍ଣ ପଥ, ପାଖେ ବିପଥ,
ହୁଅ ତୁ ସାବଧାନ ହେ ପଥିକ । ୫ ।
ସ୍ୱର୍ଗ ସିୟୋନ ପ୍ରତି ନୟନ ପକାଅ ଅନୁକ୍ଷଣ ହେ ପଥିକ । ୬ ।
ଯୁଦ୍ଧର ବେଳେ ଯୀଶୁଙ୍କ ବଳେ କରି ରିପୁ ଛେଦନ ହେ ପଥିକ । ୭ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.