ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ,
ସର୍ବ ଦେଶେ ସର୍ବ ପ୍ରାଣୀ ହୃଷ୍ଟେ କରୁ ଗାନ ହେ । ଘୋଷା ।
ପ୍ରଭୁଙ୍କର ପ୍ରଭୁ ଯୀଶୁ ରାଜାଙ୍କ ରାଜନ ହେ,
ତ୍ରିଭୁବନ କର୍ତ୍ତା ଯୀଶୁ ଅଟନ୍ତି ମହାନ ହେ । ୧ ।
ସର୍ବ ସୃଷ୍ଟିକର୍ତ୍ତା ଯୀଶୁ ତ୍ରିଲୋକ ରାଜନ ହେ,
ତାଙ୍କ ବିନା କେଉଁ ବସ୍ତୁ ନୋହିଛି ସୃଜନ ହେ । ୨ ।
ଜଗଦ୍ଦୀପ୍ତି ଦୀନବନ୍ଧୁ ଜଗତ ଜୀବନ ହେ,
ଅନ୍ଧାର ଗୃହେ ଦିଶନ୍ତି ମାଣିକ୍ୟ ଯେସନ ହେ । ୩ ।
ଯୀଶୁରେ ଆଶ୍ରୟ ନେଲେ ପାଇବ ଜୀବନ ହେ,
ନୋହିଲେ ଅନନ୍ତ ମୃତ୍ୟୁ କେ କରେ ଖଣ୍ଡନ ହେ । ୪ ।
ମହିମା ସାଗର ଯୀଶୁ କେ କରେ ବର୍ଣ୍ଣନ ହେ,
ଛାର ମୂଢ଼ ନର ମୋର ବୁଦ୍ଧିର ଅଗମ୍ୟ ହେ । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.