ଚାହାଁରେ ଚାହାଁରେ ନର କାଲବରୀ ଚୂଳେ,
ମୋ ମୁକତି ଲାଗି ପ୍ରଭୁ କ୍ରୁଶ କାଠେ ଝୁଲେ । ଘୋଷା ।
କଣ୍ଟାର ଲତିକା ଶିରେ ଶୋଭୁଛି ମୁକୁଟ ସରି,
ନିବାରେ ନରକ କି ସେ ଯୁଗଳ କର ବିସ୍ତାରି,
ବିନ୍ଧିଛି ଦାରୁଣ ପ୍ରେକ ଚରଣ ଯୁଗଳେ । ୧ ।
ତପତ ରକତ ଧାର ଶ୍ରୀଅଙ୍ଗୁ ପଡୁଛି ଝରି,
ବିଶ୍ୱର ଲାଞ୍ଛନା ପରା ଦେଇଛି ବକ୍ଷ ବିଦାରି,
ଅଧରେ କରୁଣା ଧାରା ପ୍ରେମରେ ଉଛୁଳେ । ୨ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.