chha ha dino hoila goto helaa darshana bisraamo probhaato

ଛଅ ଦିନ ହୋଇଲା ଗତ, ହେଲା ଦର୍ଶନ ବିଶ୍ରାମ ପ୍ରଭାତ;

କି ଆମୋଦ ଦିନ କଲା ଆଗମନ,

ଆଜି ଦେହ ଆତ୍ମା ବିଶ୍ରାମପ୍ରାପ୍ତ । ଘୋଷା ।

ସୃଷ୍ଟିକାଳେ ପରମେଶ୍ୱର କରିଥିଲେ ବିଶ୍ରାମ ଆର,

କରି ଆଶୀର୍ବାଦ କରିଲେ ବିଶ୍ରାମ କରି ସର୍ବ ସୃଷ୍ଟି ପ୍ରଭୁ ସମାପ୍ତ । ୧ ।

ସର୍ବ ଅସାର ଚିନ୍ତାମାନ କରି ପରିତ୍ୟାଗ ହେ ମନ,

ଖ୍ରୀଷ୍ଟ ପ୍ରେମ ଚିନ୍ତା ପ୍ରଭୁଙ୍କର କଥା ଏ ଆଦିରେ ହେଉ ଏ ଦିନ ଅନ୍ତ । ୨ । 

 

ସାଂସାରିକ କାର୍ଯ୍ୟରୁ ମନ         ଆଜି ଦିନ କର ବିଶ୍ରାମ,

ପ୍ରାର୍ଥନା ପ୍ରଶଂସା ପ୍ରଭୁଙ୍କ ଭଜନା, ଏ ଆଦିରେ ହୁଅ ନିବିଷ୍ଟଚିତ୍ତ । ୩ ।

ଆଜି ମୋର ପ୍ରଭୁଙ୍କ ଦିନ, ଛଅ ଦିନଠାରୁ ଏ ଭିନ୍ନ,

କର ହେ ପାଳନ ଏ ବିଶ୍ରାମ ଦିନ, ସ୍ୱର୍ଗ ବିଶ୍ରାମର ଅଟେ ଦୃଷ୍ଟାନ୍ତ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *