jishu aascharjya montri kete ghunchaayeele

ଯୀଶୁ ଆଶ୍ଚର୍ଯ୍ୟ ମନ୍ତ୍ରୀ,

କେତେ ଘୁଞ୍ଚାଇଲେ ବ୍ୟାଧି ଭ୍ରାନ୍ତି ହେ । ଘୋଷା ।

ପ୍ରଥମ ବିଚିତ୍ର କର୍ମ ଚମତ୍କୃତ, ଜଳ ହେଲା ଦ୍ରାକ୍ଷାରସ,

ଦେଖି ଆଚମ୍ବିତ ହୋଇଲେ ସମସ୍ତ, କଲେ ତାଙ୍କୁ ଦୃଢ଼ ଭକ୍ତି ହେ  ା ୧ । 

 

ନାନା ବ୍ୟାଧିଗ୍ରସ୍ତ ହେଲେ ଆସି ସୁସ୍ଥ, କେତେ ଛଡ଼ାଇଲେ ଭୂତ,

ଅନ୍ଧମାନଙ୍କର ଫିଟିଗଲା ଦୃଷ୍ଟି, ଛୋଟା କଲେ ସୁଖେ ଗତି ହେ    ା ୨ ।

ନାନା ଗ୍ରାମ ରୋଗୀ ହେବାରୁ ଆରୋଗୀ ସର୍ବତ୍ର ବ୍ୟାପିଲା କୀର୍ତ୍ତି,

କେତେ କେତେ ମୃତ ହୋଇଲେ ଜୀବିତ, ଦେଖ ଖ୍ରୀଷ୍ଟଙ୍କର ଶକ୍ତି ହେ । ୩ । 

 

ଏପରି ଅତ୍ୟନ୍ତ ନାନାଦି ବିଚିତ୍ର କର୍ମ ଉପଦେଶ କଲେ,

ସେ ଦୟାସାଗର ପ୍ରଭୁ ଯୀଶୁଙ୍କର ଦୟା ଉପୁଜିଲା ଅତି 

ହେ ପାପେ ଭାରଗ୍ରସ୍ତ ମନୁଷ୍ୟ ସମସ୍ତ ଥିଲେ ଈଶ୍ୱର ଘୃଣିତ,    ା ୪

ହୋଇଣ ମଧ୍ୟସ୍ଥ କରି ରକ୍ତପାତ ପ୍ରକାଶିଲେ ସନ୍ଧି ଶାନ୍ତି ହେ 

ସହିଲେ ଯନ୍ତ୍ରଣା କ୍ରୁଶର ବେଦନା ପାପ-ରୋଗ ସ୍ୱାସ୍ଥ୍ୟ ପାଇଁ,       ା ୫ ।

ହୋଇ ମୃତ୍ୟୁଞ୍ଜୟ କଲେ ପାପ କ୍ଷୟ, ଦିଅନ୍ତି ଅକ୍ଷୟ ଶାନ୍ତି ହେ 

ଆହେ ପ୍ରଭୁ ଯୀଶୁ ଅମର ଔଷଧି, ସୁସ୍ଥ କର ପାପ ବ୍ୟାଧି,     ା ୬ ।

ମୋ ଅବିଶ୍ୱାସର କର ପ୍ରତିକାର, ରଖ ମୋରେ କୃପାଦୃଷ୍ଟି ହେ

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *