jishu priyo guno nidhi tume amara ousadha hai

ଯୀଶୁ ପ୍ରିୟ ଗୁଣନିଧି, ତୁମ୍ଭେ ଅମର ଔଷଧ ହେ

ନରଗଣ ପାପ-ବ୍ୟାଧି ସବୁ ଆପେ କଲ ଶୁଦ୍ଧି ହେ । ଘୋଷା

ଅସୀମ ଗୁଣ ଅନାଦି ରୂପ ଧରି ପ୍ରେମନିଧି

ପରଲାଗି ଆପେ ମରି, ଏପରି କେ ପାରେ ସାଧି ହେ । ୧ ।

ଅଭିଷିକ୍ତ ତ୍ରାଣନିଧି, ଅଛ ପୂବୁଁ ଅଦ୍ୟାବଧି,

ମୁକ୍ତିଦାନେ ସୁପ୍ରସିଦ୍ଧି, ହର ପାପ-ମହାବ୍ୟାଥି ହେ      ା ୨ । 

 

ଉତ୍ତମ ବୈଦ୍ୟ ସୁବୁଦ୍ଧି, ବିନା ମୂଲ୍ୟରେ ଔଷଧି

ଯାଚୁଅଛ ନିରବଧି, ନିଅ ଖାଅ ହୁଅ ଶୁଦ୍ଧି ହେ          ା ୩ । 

 

ଏସନ ଦିବ୍ୟ ଔଷଧି ଦେଇ ଗଲ ସ୍ୱର୍ଗ ଗାଦି,

ଦୂତଗଣେ ସେବାବିଧି କରୁଛନ୍ତି ନିରବଧି ହେ          ା ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *