jishunka swobhaabo dhoribi poche chaalibi

ଯୀଶୁଙ୍କ ସ୍ୱଭାବ ଧରିବି – ପଛେ ଚାଲିବି,

ତାଙ୍କ ପରି ଜଗତେ ଜୀବନ ମୁଁ କାଟିବି । ଘୋଷା ।

ସ୍ୱର୍ଗ ସୁଖ ତ୍ୟାଗ କରି            ଆସିଲେ ଦରିଦ୍ର ପରି,

ମୁହିଁ ସୁଖ ତୁଚ୍ଛ କରି କିପାଇଁ ନ ପାରିବି ?

ପରର ମଙ୍ଗଳ ପାଇଁ ଛାଡ଼ି ମାତା ବନ୍ଧୁ ଭାଇ 

ବୁଲିଲେ ବିଦେଶେ ଯାଇ, ମୁଁ କିପାଁ ନ କରିବି ?

ଦୁଃଖୀ ଦୁଃଖେ ଦୁଃଖୀ ହେଲେ ଦୟା କରି ଦୁଃଖ ନେଲେ

କଥା କହି ଶାନ୍ତି ଦେଲେ, ମୁଁ କିପାଁ ନ କରିବି ?

ଦୁଃଖ ନିନ୍ଦା ସେ ସହିଲେ,          ଫେରି ପଦେ ନ କହିଲେ,

ଶତ୍ରୁକୁ କ୍ଷମା କରିଲେ, ମୁଁ କିପାଁ ନ କରିବି ?

ଶାସ୍ତ୍ରପାଠେ ପ୍ରାର୍ଥନାରେ ଉପଦେଶ ଭାବନାରେ 

କାଟିଲେ କାଳ ସଂସାରେ, ମୁଁ କିପାଁ ନ କରିବି ?

ପାପକୁ ସେ ଜୟ କଲେ ଆପଣାର ଆତ୍ମା ବଳେ;

ତାଙ୍କ ଉପକାର ବଳେ, ମୁହିଁ କରି ପାରିବି । ୬ ।

Leave a comment

Your email address will not be published. Required fields are marked *