khristo premo tulyo hoibo ki se

ଖ୍ରୀଷ୍ଟ ପ୍ରେମ ତୁଲ୍ୟ ହୋଇବ କି ସେ ?

ଖୋଜି ଖୋଜି ନ ମିଳଇ ଲେଶେ ହେ । ଘୋଷା ।

ପାପୀ ଦୀନହୀନ ଉଦ୍ଧାର କାରଣ ଆସିଥିଲେ ନର ବେଶେ,

ସେହି ପ୍ରାୟଶ୍ଚିତ୍ତ କରଣ କାରଣ ପ୍ରାଣ ଦାନ କଲେ କ୍ରୁଶେ ହେ । ୧ । 

 

ଦ୍ୱେଷ କରିଣ ଯିହୂଦୀ ଲୋକଗଣ ବଧ କଲେ ବିନା ଦୋଷେ,

ହୋଇଲେ ଜୀବିତ ସେ ତିନି ଦିବସେ, ନ ରହିଲେ ମୃତ୍ୟୁ ବଶେ ହେ । ୨ ।

ଇତ୍‌ଥିତ ହୋଇଣ ବସିଲେ ସେ ଯାଇ ପିତାଙ୍କ ଦକ୍ଷିଣ ପାଶେ,

କରିବାକୁ ପ୍ରତି ଜଣର ବିଚାର ଆସିବେ ଜଗତ ଶେଷେ ହେ । ୩ । 

 

ସେ ପ୍ରେମସାଗର ପ୍ରଭୁଙ୍କ ପୟର ଧର ହେ ଦୃଢ଼ ବିଶ୍ୱାସେ,

ଛାଡ଼ିଲେ ଚରଣ ହୋଇବ ପତନ ଚିରକାଳ ସର୍ବନାଶେ ହେ । ୪ ।

Leave a comment

Your email address will not be published. Required fields are marked *