jishu he muhin atyanta durdosaa purno

ଯୀଶୁ ହେ, ମୁହିଁ ଅତ୍ୟନ୍ତ ଦୁର୍ଦ୍ଦଶାପନ୍ନ, ହୁଅ ପ୍ରସନ୍ନ;

ତୁମ୍ଭ ବିନା ନାହିଁ ମୋର ଆଶ୍ରୟ ଆନ । ଘୋଷା । 

 

ମହା ଶତ୍ରୁ ଶୟତାନ ଗ୍ରାସିବାକୁ ମୋର ପ୍ରାଣ

ଧାଉଁଛି ପଛରେ ମୋର କରି ଗର୍ଜ୍ଜନ । ୧ ।

ପୁଣି ମୋ ଅଗଣ୍ୟ ପାପ ବ୍ୟବସ୍ଥା ଲଂଘନ 

ଶାପ ପ୍ରତିହନ୍ତା ସମାନ ପଛେ ଧାବମାନ । ୨ ।

ତୁମ୍ଭେ ହେ ଅଟ ମୋହର ଦୃଢ଼ ଆଶ୍ରୟ ନଗର,

ତୁମ୍ଭ ନିକଟକୁ କରୁଛି ପଳାୟନ । ୩ ।

 

କର ହେ ମୋତେ ରକ୍ଷଣ ଦେଇଣ ତୁମ୍ଭ ଶରଣ,

ତୁମ୍ଭ ଭୁଜ ତଳେ ହେଉ ମୋ ଆବରଣ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *