ମଙ୍ଗଳ ମଙ୍ଗଧାରୀ
ଆନନ୍ଦେ ଭରି, ମୋ ଜୀବନ ତରୀ;
(ଏବେ) ଭାସିଯାଉ ଅନନ୍ତ ସ୍ରୋତେ, ହେ ଭବକାଣ୍ଡାରୀ ।
ନାହିଁ ଅନ୍ୟେ ଗତି ଜାଣେ ମନ୍ଦ ମତି ତୋଫାନରେ ଭୀତି ଜାଗେ ନିତି ନିତି,
କର ରିଷ୍ଟ ପାରି, ଆହେ ବିପଦହାରୀ । ୧ ।
ହେଲା ଲକ୍ଷ୍ୟଚ୍ୟୁତି ଭଗନ ପ୍ରତୀତି,
ପାଏନା ଶକତି ମୁହିଁ ମନ୍ଦମତି,
ନିଅ ମୋର ତରୀ, ଆହେ ମଙ୍ଗଧାରୀ । ୨ ।
ଉତ୍ତାଳ ତରଙ୍ଗ କରାଳର ବ୍ୟଙ୍ଗ ମୋହ ରସ ରଙ୍ଗ ତୁଟୁ ସବୁ ସଙ୍ଗ,
ପ୍ରୀତି ଶାନ୍ତି ଭରି କର ସାଗର ପାରି । ୩ ।